ଖାତକୁ ଖସିଲା ବସ୍‌, ୮ ମୃତ, ୧୧ ଆହତ

ସିମଲା – ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଏକ ଗଭୀର ଖାତକୁ ଖସିପଡିବାରୁ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଆଉ ୧୧ ଜଣ ଆହତ ହୋଇଛନ୍ତି । ଆଜି ସକାଳେ ଚମ୍ବା ଜିଲ୍ଲା ତୀସାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଚମ୍ବା ଏସ୍‌ପି ଏସ୍‌.ଆରୁଲ କୁମାର ସୂଚନା ଦେଇଛନ୍ତି ।

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚମ୍ବା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି ।

Comments are closed.