ଚାଷୀ ପ୍ରସଙ୍ଗରେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି : ବିଜେଡି

ଭୁବନେଶ୍ୱର- ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ଟାର୍ଗେଟ୍ । ଧାନ ଉତ୍ପାଦନରେ ଓଡିଶା ଭାରତର ଅଗ୍ରଣୀ ରାଜ୍ୟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । ଚଳିତବର୍ଷ ୩୫ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି ।

ଚାଷୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେଇଥିବା ପଦ କ୍ଷେପରେ ବିଜେପି ବିଚଳିତ ହୋଇପଡିଛି ବୋଲି ବିଜେଡି କହିଛି । ଏ ପ୍ରସଙ୍ଗରେ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡି ମୁଖପାତ୍ର ରୋହିତ ପୂଜାରୀ କହିଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି ୨ ହଜାର ୯୩୦ ଟଙ୍କା ପାଇଁ ବିଜେଡି ଦାବି କରିଥିଲା । ତାହାକୁ ଲାଗୁ ନ କରି ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ପୂଜାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କେନ୍ଦ୍ର ସରକାର ସ୍ୱାମୀନାଥନ ରିପୋର୍ଟର ସୁପାରିଶ ଲାଗୁ କରିନାହାନ୍ତି ବୋଲି ବିଜେଡି କହିଛି ।

Comments are closed.