ଜଣାଶୁଣା ଟିଭି ସାମ୍ବାଦିକ ରୋହିତ ସର୍ଦ୍ଦାନାଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ସାମ୍ବାଦିକ ତଥା ଆଙ୍କର୍ ରୋହିତ ସର୍ଦ୍ଦାନାଙ୍କ କୋଭିଡ-୧୯ରେ ପରଲୋକ ହୋଇଯାଇଛି। ଜି ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ ତାଙ୍କର ଅକାଳ ବିୟୋଗ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ରୋହିତ ସର୍ଦ୍ଦାନା ବହୁ ପୂର୍ବରୁ ଜି ମିଡିଆ ସହିତ ଜଡିତ ଥିଲେ। ସେ ଲୋକପ୍ରିୟ ସୋ – ‘ତାଲ୍ ଠୋକ୍ କେ’ କରୁଥିଲେ, ଯାହାକି ଭାରତର ସମସାମୟିକ ପ୍ରସଙ୍ଗ ଉପରେ ଏକ ବିତର୍କ କାର୍ଯ୍ୟକ୍ରମ ଥିଲା । ତା’ପରେ ସେ ‘ଆଜତକ୍’ ସହ ଜଡ଼ିତ ହୋଇଥିଲେ । ତାଙ୍କ ଅକାଳ ବିୟୋଗରେ ଭାରତୀୟ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି ।

Comments are closed.