ଜାନୁଆରୀ ୧୬ରୁ ରାଜ୍ୟରେ ସକାଳ ୯ରୁ ଅପରାହ୍ନ ୫ଟା ଯାଏଁ ଟିକାଦାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ପ୍ରସ୍ତୁତି ନେଇ ରାଜ୍ୟ ସରକାର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଜାନୁଆରୀ ୧୬ରେ ରାଜ୍ୟର ୧୬୦ଟି କେନ୍ଦ୍ରରେ ହେବ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ ଟିକାଦାନ । ହିତାଧିକାରୀ ନିର୍ଦ୍ଦିଷ୍ଟ ଦିନ ନ ପହଂଚିଲେ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରିବେ । କେବଳ ନିର୍ଦ୍ଧାରିତ ଦିନ ହିଁ ହିତାଧିକାରୀ ଟିକା ନେଇପାରିବେ । ଅନ୍ୟ ଦିନରେ ନେଇପାରିବେ ନାହିଁ । ଟିକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ଲକ୍ଷଣମୁକ୍ତ ନ ହେବା ଯାଏଁ କୋଭିଡ ଟିକା ନେଇପାରିବେ ନାହିଁ ହିତାଧିକାରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୪ ଦଶମିକ ୦୮ ଲକ୍ଷ ଡୋଜ୍ କୋଭିଡ ଟିକା ମିଳିଛି । ୧ ଲକ୍ଷ ୯୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ୨ଟି ଡୋଜ ଦେବାକୁ ପ୍ରସ୍ତୁତି ହୋଇଛି । ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ।

Comments are closed.