ପରୀ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ୱର- ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ଯାଂଚ ଦାବି କରି ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ସୌଦାମିନୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିବିଆଇକୁ ନୋଟିସ ଜାରି କରିଛନ୍ତି । ଜବାବ ଦାଖଲ ପାଇଁ ସିବିଆଇକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । ଏହି ଘଟଣାର ତଦନ୍ତ ଏସଆଇଟି କରୁଛି । ହାଇକୋର୍ଟ ତଦାରଖରେ ମାମଲାର ତଦନ୍ତ କରୁଛି ଏସଆଇଟି । ହାଇକୋର୍ଟ ମଧ୍ୟ ଏସଆଇଟି ତଦନ୍ତରେ ସନ୍ତୋଷ ପ୍ରକାଶ କରିସାରିଛନ୍ତି । ଏହି ମାମଲାରେ ଅଭିଯୁକ୍ତ ନାବାଳକ ବୋଲି କୋର୍ଟରେ ପ୍ରମାଣ ହୋଇଥିବାରୁ ସେ ଜୁଭେଇନାଲ ଜଷ୍ଟିସ ବୋର୍ଡ ହାଜତରେ ରହିଛି । ଅଭିଯୁକ୍ତ ବିରୋଧରେ ଅନେକ ତଥ୍ୟ ପ୍ରମାଣ ହାସଲ କରିଥିବା ଦାବି କରିଛି ଏସଆଇଟି ।

Comments are closed.