ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ୱର- ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବ୍ରୁଆରୀ ୯ ତାରିଖ ଯାଏଁ ମେଳା ଚାଲିବ । ୟୁନିଟ-୧ ପ୍ରଦର୍ଶନୀ ପଡିଆରେ ମେଳା ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୭ଟା ଯାଏଁ ଚାଲିବ । କୋଭିଡ କଟକଣା ମାନି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି ।

ଆଦିବାସୀ ମେଳାକୁ ଯିବା ପାଇଁ ଅନଲାଇନ ପଂଜିକରଣ ବ୍ୟବସ୍ଥା କରାଯାଇଛି । ୨୩ ଜାନୁଆରୀରୁ ଅନଲାଇନ ପଂଜିକରଣ ଆରମ୍ଭ ହେବ । ମେଳାରେ ଭର୍ଚୁଆଲ ମୋଡରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।

Comments are closed.