ଜାନୁୟାରୀ ୨ରୁ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ ଟ୍ରାଏଲ୍‌

ନୂଆଦିଲ୍ଲୀ – ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାନୁୟାରୀ ୨ରୁ ଟିକାକରଣ ଟ୍ରାଏଲ ଆରମ୍ଭ ହେବ । କେନ୍ଦ୍ର ସରକାର ଗୁରୁବାର ଏନେଇ ସୂଚନା ଦେଇଛନ୍ତି । ଟିକାକରଣକୁ ସୁବ୍ୟବସ୍ଥିତ କରିବା ଏଭଳି ଟ୍ରାଏଲର ଉଦ୍ଦେଶ୍ୟ । ସବୁ ରାଜ୍ୟ ରାଜଧାନୀର ତିନୋଟି ଲେଖାଏଁ ସ୍ଥାନରେ ଏହି ଟିକାକରଣ ଟ୍ରାଏଲ ହେବ । କିଛି ରାଜ୍ୟର ପଛୁଆ ଓ ଦୂରଦୂରାନ୍ତର ଜିଲ୍ଲାରେ ବି ଏହି ଟ୍ରାଏଲ କରାଯିବାକୁ ଥିôବାବେଳେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ଟ୍ରାଏଲ୍ ବଡ଼ ସହର ମାନଙ୍କରେ ସୀମିତ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘କୋ-ୱିନ୍‌’ ନାମକ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଟିକାକରଣ ଟ୍ରାଏଲ୍ ବେଲେ ଏହି ଆପ୍ କେତେ ବ୍ୟବହାର ଉପଯୋଗୀ ତାହା ବି ଯାଞ୍ଚ୍ ହେବ ।

ଟିକାକରଣ ପାଇଁ ସବୁପ୍ରକାର ପ୍ରସ୍ତୁତି ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ଟିକାକରଣ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ଏଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ ଓ ବିଶେଷଜ୍ଞ ଯୋଗ ଦେଇଥିଲେ ।

Comments are closed.