ଝାଡ଼ଖଣ୍ଡରେ ନକ୍ସଲଙ୍କ ଆଇଡି ବିସ୍ଫୋରଣ, ତିନି ଯବାନ ସହିଦ୍

ରାଞ୍ଚି – ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେେ ଗୁରୁବାର ଆଇଡି ବିସ୍ଫୋରଣରେ ଝାଡ଼ଖଣ୍ଡର ଜାଗୁଆରର ତିନିଜଣ ସୈନିକ ସହିଦ୍ ‌ହୋଇଛନ୍ତି। ସୂଚନାନୁସାରେ, ଗୁରୁବାର ଦିନ ପ୍ରାୟ ୮ଟା ୪୫ ମିନିଟରେ ପଶ୍ଚିମ ସିଂହଭୂମ ଜିଲ୍ଲାର ଜଙ୍ଗଲରେ ଏହି ଆଇଡି ବିସ୍ଫୋରଣ ଘଟିଛି।

ଏହି ଘଟଣାରେ ଦୁଇ ଝାଡଖଣ୍ଡ ଜାଗୁଆର ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ଏବଂ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଝାଡଖଣ୍ଡ ଜାଗୁଆର ହେଉଛି ଝାଡଖଣ୍ଡ ପୋଲିସର ଏକ ସ୍ୱତନ୍ତ୍ର ୟୁନିଟ୍ ଯାହା ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ହୋଇଥାନ୍ତି ।

ଝାଡଖଣ୍ଡ ଡିଜିପି ନୀରଜ ସିହ୍ନା କହିଛନ୍ତି ଯେ, ଝାଡଖଣ୍ଡ ଜାଗୁଆର ୟୁନିଟର ତିନି ଜଣ କର୍ମଚାରୀ ସହିଦ ହୋଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। ସିଆରପିଏଫ ଏବଂ ଝାଡଖଣ୍ଡ ଜାଗୁଆର୍ସର ମିଳିତ ଅପରେସନ୍ ଜାରି ରହିଛି।

Comments are closed.