ଟାଇମ୍ସ ନାଓ- ସି-ଭୋଟର ଜନମତ ସର୍ଭେ: ପଶ୍ଚିମବଙ୍ଗରେ ଗାଦି ବଜାୟ ରଖିବେ ଦିଦି, କିନ୍ତୁ ବିଜେପିକୁ ଫାଇଦା

କୋଲକାତା – ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଆଠ ପର୍ଯ୍ୟାୟରେ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନ ଉଭୟ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ନିର୍ବାଚନ ପୂର୍ବରୁ ଟାଇମ୍ସ ନାଓ ଓ ସି-ଭୋଟର ତରଫରୁ ହୋଇଥିବା ଏକ ଜନମତ ସର୍ଭେ ଅନୁସାରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ରାଜ୍ୟରେ ଗାଦି ବଜାୟ ରଖିବ । କିନ୍ତୁ ଦଳର ଆସନ ସଂଖ୍ୟା ଯଥେଷ୍ଟ କମିବ । ଏହି ସର୍ଭେ ମୁତାବକ ଏଥର ନିର୍ବାଚନରେ ବିଜେପିକୁ ବେଶ୍ ଫାଇଦା ହେବ ।

ଟାଇମ୍ସ ନାଓ-ସିଭୋଟର ସର୍ଭେ ଅନୁସାରେ ତୃଣମୂଳ କଂଗ୍ରେସ କ୍ରମାଗତ ତୃତୀୟ ଥର ରାଜ୍ୟରେ ସରକାର ଗଢ଼ିବ । ୨୯୪ ବିଶିଷ୍ଟ ବିଧାନସଭାରେ ମମତାଙ୍କ ଦଳ ୧୪୬ ରୁ ୧୬୨ ଆସନ ପାଇପାରେ । ଯାହା ଗତଥର ଅପେକ୍ଷା ବହୁତ କମ୍ । ୨୦୧୬ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୧୧ ଆସନରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ।
ବିଜେପି ଏଥର ତୃଣମୂଳ କଂଗ୍ରେସକୁ କଡ଼ା ଟକ୍କର ଦେବ ବୋଲି ସର୍ଭେରେ କୁହାଯାଇଛି । ପୂର୍ବଥର ଅପେକ୍ଷା ଦଳର ଆସନ ସଂଖ୍ୟା ଯଥେଷ୍ଟ ବଢ଼ିବ । ଉକ୍ତ ସର୍ଭେ ମୁତାବକ ବିଜେପିକୁ ଏଥର ୯୯ ରୁ ୧୧୫ ସିଟ୍ ମିଳିପାରେ । ଗତଥର ବିଜେପି କେବଳ ତିନୋଟି ଆସନ ପାଇଥିଲା । ଯଦି ଏହି ସର୍ଭେ ସତ ସାବ୍ୟସ୍ତ ହୁଏ ତେବେ କ୍ଷମତା ବଜାୟ ରଖିଲେ ବି ମମତାଙ୍କୁ ଏକ ଝଟ୍‌କା ହେବ ।

Comments are closed.