ଟିକାକରଣ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଥମ ପର୍ଯ୍ୟାୟରେ ସରପଞ୍ଚଙ୍କୁ ଟିକା ଦେବା ଲାଗି ଓଡିଶାର ପ୍ରସ୍ତାବ

ନୂଆଦିଲ୍ଲୀ – ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକିଥିବା ବୈଠକରେ ଓଡିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଉପସ୍ଥାପନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସରପଞ୍ଚଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ନେଇ ସେ ପ୍ରସ୍ତାବ ରଖିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପଂଜିକରଣ ନେଇ ଅବଗତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି ।

ଓଡିଶାରେ ଟିକାକରଣର ଦ୍ୱିତୀୟ ଡ୍ରାଏ ରନ୍ ସବଡିଭିଜନ ସ୍ତରରେ ହେବା ନେଇ ସେ ସୂଚନା ଦେଇଛନ୍ତି । ଓଡିଶାରୋ କୋରୋନା ନିୟନ୍ତ୍ରଣରେ ରହିଛି । ରାଜ୍ୟରେ କୋରୋନା ସୁସ୍ଥହାର ୯୮ ଦଶମିକ ୮୨ ପ୍ରତିଶତ ରହିଛି ବୋଲି ସେ ବୈଠକରେ ସୂଚନା ଦେଇଥିଲେ ।

Comments are closed.