ଟିକାକରଣ ପୂର୍ବରୁ ପଞ୍ଜାବରେ ହେବ ଭାକ୍ସିନେସନ ଡ୍ରାଇଭର ଟ୍ରାଏଲ

ନୂଆଦିଲ୍ଲୀ – ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପଞ୍ଜାବରେ ଏହି ଅଭିଯାନର ଟ୍ରାଏଲ୍ କରାଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତି ତ୍ୱାରାନ୍ୱିତ ହୋଇଛି । ପଞ୍ଜାବର ଦୁଇଟି ସହରରେ ଏହି ଟ୍ରାଏଲ୍ କରାଯିବ । ପଞ୍ଜାବର ଲୁଧିଆନା ଓ ଶହୀଦ ଭଗତ ସିଂହ ନଗରର ପାଞ୍ଚଟି ସ୍ଥାନରେ ଏହି ଭାକସିନ୍ ଡ୍ରାଇଭ ଟ୍ରାଏଲ୍ ଯଥାକ୍ରମେ ୨୮ ଓ ୨୯ ଡିସେମ୍ବରରେ ହେବ ।

ଟିକାକରଣ ପଦ୍ଧତି ଯାଞ୍ଚ୍ କରିବା ହେଉଛି ଏହି ଟ୍ରାଏଲର ଉଦ୍ଦେଶ୍ୟ । ଏହାଦ୍ୱାରା ଟିକାକରଣ ଆରମ୍ଭ କରାଯିିବା ପୂର୍ବରୁ ଏଥିରେ ରହିଥିବା ଅଭାବ ଓ ସମସ୍ୟାକୁ ଦୂର କରାଯାଇ ପାରିବ । ଭାକ୍ସିନେସନ୍ ଡ୍ରାଇଭର ଟ୍ରାଏଲ୍ ଗୋଟିଏ କିମ୍ବା ଦୁଇଟି ଜିଲ୍ଳାରେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କରାଯିବ ।

ଏଭଳି ଭାକ୍ସିନେସନ ଡ୍ରାଇଭର ଟ୍ରାଏଲ୍ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଆସାମ, ଗୁଜରାଟରେ ବି କରାଯିବାକୁ ପ୍ରସ୍ତାବ ରହିଛି । କରୋନା ଟିକା ଲଗାଇବା ପାଇଁ ‘କୋ-ୱିନ’ ନାମକ ଏକ ଆପ୍ ତିଆରି କରାଯାଇଛି । ଭାକ୍ସିନେସନ୍ ଡ୍ରାଇଭର ଟ୍ରାଏଲ୍ ସମୟରେ ଏହି ଆପ୍ ଜରିଆରେ ସବୁ ଜରୁରୀ ତଥ୍ୟ ଉପଲବ୍ଧ କରାଯିବ ।

Comments are closed.