ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ୍ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଳୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ଚାଳକ ବିହୀନ ଟ୍ରେନ୍ ଉଦ୍‌ଘାଟନ କରିଛନ୍ତି । ଦିଲ୍ଲୀ ମେଟ୍ରୋର ମ୍ୟାଜେଣ୍ଟା ଲାଇନରେ ଏହି ଚାଳକ ବିହୀନ ଟ୍ରେନର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି ମୋଦି । ଏଥିସହ ଦିଲ୍ଳୀ ମେଟ୍ରୋ ଏବେ ବିଶ୍ୱର ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛି । ଚାଳକ ବିହୀନ ଟ୍ରେନ୍ ଚଳାଚଳ ଆରମ୍ଭ କରିବାରେ ଦିଲ୍ଲୀ ମେଟ୍ରୋ ହେଉଛି ବିଶ୍ୱର ସପ୍ତମ ମେଟ୍ରୋ ନେଟୱର୍କ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ରୁପେ-ଡେବିଟ୍ କାର୍ଡ ଜରିଆରେ ଦେଶର ଯେକୌଣସି ମେଟ୍ରୋରେ ଯାତ୍ରା କରିହେବ । ସର୍ବନିମ୍ନ ମାନବ ହସ୍ତକ୍ଷେପ ସହ ଚାଳକ ବିହୀନ ଟ୍ରେନ୍ ଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ହେବ । କେବଳ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମେଟ୍ରୋରେ ଜଣେ ସହାୟକ ଉପସ୍ଥିତ ରହିବେ । ୩୭ କିଲୋମିଟର ଦୂରତା ବିଶିଷ୍ଟ ମ୍ୟାଜେଣ୍ଟା ଲାଇନ ଆରମ୍ଭରୁ ଚାଳକ ବିହୀନ ବୈଶିଷ୍ଟ୍ୟ ସହ ଲଞ୍ଚ କରାଯାଇଥିଲା । ଏବେ ଏହା ସମ୍ପୂର୍ଣ୍ଣ ଚାଳକ ବିହୀନ ହୋଇଛି । ଏହା ପରେ ପିଙ୍କ୍ ଲାଇନ୍ ମେଟ୍ରୋ ମଧ୍ୟ ଶୀଘ୍ର ଚାଳକ ବିହୀନ ହେବ ।

Comments are closed.