ଦ୍ବିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ଦେଇପାରିବେନି ଭୋଟ୍

କୋଲକାତା: କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ଉଭୟ ୨୬ ଏପ୍ରିଲରେ ଆସାନସୋଲରେ ଭୋଟ୍ ଦେବେ ନାହିଁ।

ତେବେ ସେ ଆସାନସୋଲ ଅଞ୍ଚଳର ବିଜେପି ପ୍ରାର୍ଥୀଙ୍କ ସହ ମାନସିକ ସ୍ତରରେ ରହିବେ ଏବଂ ଘରୁ ପରିସ୍ଥିତି ଉପରେ ନଜର ରଖିବେ ବୋଲି କହିଛନ୍ତି। ସୁପ୍ରିୟୋ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଏବଂ ମୋ ପତ୍ନୀ କୋଭିଡ୍ ପଜିଟିଭ୍ ହୋଇଛୁ। ମୁଁ ଦ୍ୱିତୀୟ ଥର ସଂକ୍ରମିତ ହୋଇଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ମୁଁ ଆସାନସୋଲରେ ଭୋଟ୍ ଦେଇ ପାରିବି ନାହିଁ। ”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ୍ ୨୬ ଭୋଟ୍ ବେଳେ ଆସାନସୋଲରେ ମୋର ରହିବା ଜରୁରୀ ଥିଲା । କାରଣ ସେଠାରେ ‘ନିରାଶ’ ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଆତଙ୍କ ଖେଳାଇ ମୁକ୍ତ ଏବଂ ନିରପେକ୍ଷ ଭୋଟ୍ ରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

ଆଉ ଏକ ଟ୍ବିଟ୍ ଜରିଆରେ ସେ କହିଛନ୍ତି, “ତଥାପି ମୁଁ ୨୦୧୪ ରୁ ସଠିକ୍ ଢ଼ଙ୍ଗରେ ଟିଏମସି ଗୁଣ୍ଡାରାଜର ମୁକାବିଲା କରିଆସିଛି । ବେଶି ଖୁସି ହୁଅ ନାହିଁ କାରଣ ମୁଁ ମୋ ରୁମରୁ ମୋର କର୍ତ୍ତବ୍ୟ କରିବି ଏବଂ ୯ଟିରୁ ୯ଟି ଯାକ ଆସନ ଜିତିବା ପାଇଁ ଆମ ପ୍ରାର୍ଥୀମାନଙ୍କ ସହ ଯଥାସମ୍ଭବ ଉପାୟରେ ମାନସିକ ସ୍ତରରେ ଉପସ୍ଥିତ ରହିବି ।

ଆସାନସୋଲରୁ ଦୁଇଥର ସାଂସଦ ରହିଥିବା ସୁପ୍ରିୟୋ ଏଥର ଟୋଲିଗଞ୍ଜରୁ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି ଯେଉଁଠାରେ ପୂର୍ବରୁ ଭୋଟ୍ ହୋଇସାରିଛି।

Comments are closed.