ଦ୍ରୁତଗତିରେ ହ୍ରାସ ପାଉଛି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ୨୪ ଘଂଟାରେ ମାତ୍ର ୬୦ ତିହ୍ନଟ, ୧୩ଟି ଜିଲ୍ଲାରେ ଶୂନ ଆକ୍ରାନ୍ତ

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନକୁ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୭୦ ତଳକୁ ଖସିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ସାରା ରାଜ୍ୟରେ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ମାତ୍ର ୬୦ ନୂଆ ରୋଗୀ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡରୁ ୮ଟି ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୩ଟି ଜିଲ୍ଲାରେ ଗୋଟିଏ ବି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୧୧କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇସାରିଲେଣି ୩ ଲକ୍ଷ ୩୨ ହଜାର ୨୩୯ । ୧ ହଜାର ୧୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.