କରୋନା ଅପଡେଟ୍‌: ୧୦୦ ତଳକୁ ଖସିଲା ଦୈନିକ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୮୬୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ଦିନକରେ ଦେଶରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି । ଆଶ୍ୱସ୍ତିକର ବିଷୟ ଯେ, ଗତ ତିନି ଦିନ ଧରି ଦୈନକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ତଳେ ରହିଛି । ସେହିପରି ଗତ ଏକ ମାସ ହେଲା ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୩୦୦ ତଳେ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏଯାବତ୍ ୪୦ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଲଗାଯାଇ ସାରିଛି ।

ଭାରତରେ ଏଯ।।ବତ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୭ ଲକ୍ଷ ୬୬ ହଜାର ୨୪୫କୁ ବୃଦ୍ଧି ପାଇଥିବା ବେଳେ ୧ ଲକ୍ଷ ୬୩ ହଜାର ୪୮୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଏହି ରୋଗରୁ ଏବେ ସୁଦ୍ଧା ୧ କୋଟି ୪ ଲକ୍ଷ ୪୮,୪୦୬ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ କେବଳ ୧ ଲକ୍ଷ ୬୩ ହଜାର ୪୮୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ରହିଛନ୍ତି ।

Comments are closed.