ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କଲା ମଡେର୍ଣ୍ଣା

ନ୍ୟୁୟର୍କ – ଆମେରିକୀୟ ଔଷଧ କମ୍ପାନୀ ମଡେର୍ଣ୍ଣା ଏବେ ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ ନିଜ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କରିଛି । ଏଥିରେ ଆମେରିକା ଓ କାନାଡାର ୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯିବ । ଏହା ପୂର୍ବରୁ ମଡେର୍ଣ୍ଣା ୧୨-୧୭ ବର୍ଷର ପିଲାଙ୍କ ଉପରେ ନିଜ ଟିକାର ପରୀକ୍ଷଣ କରିଥିଲା । ତେବେ ଏହି ପରୀକ୍ଷଣର ଫଳାଫଳ କମ୍ପାନୀ ଘୋଷଣା କରିନାହିଁ ।

ଛୋଟ ପିଲାଙ୍କ ଶରୀରରେ କୋଭିଡ୍‌-୧୯ ଟିକା କେଉଁଭଳି ପ୍ରତିକ୍ରିୟା ସୃଷ୍ଟି କରୁଛି, ତାହା ବୈଜ୍ଞାନିକମାନେ ଦେଖିବାକୁ ଚାହାଁନ୍ତି । ଏହି ପରୀକ୍ଷାରେ ସାମିଲ ହେବାକୁ ଥିବା ପିଲାଙ୍କୁ ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ୍ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷଣ କରିବ ମଡେର୍ଣ୍ଣା ।

ଆମେରିକୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା ଯେ, ବୟସ୍କଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ଜନିତ ଅସୁସ୍ଥତା ହାର କମ୍ । ତଥାପି ସେମାନେ ଏହି ଭାଇରସ୍‌ରେ ଆକ୍ରାନ୍ତ ହେବା ସହ ଅନ୍ୟମାନଙ୍କୁ ସଂକ୍ରମିତ କରିବା ରିସ୍କ ରହିଛି । ସଂକ୍ରମିତ ପିଲାମାନଙ୍କ ଠାରେ କରୋନାର ସାମାନ୍ୟରୁ ମଧ୍ୟମ ଲକ୍ଷଣ ଦେଖିବାକୁ ମିଳିଥାଏ ।

Comments are closed.