ଛାତ୍ର ବିଜେଡିର କାର୍ଯ୍ୟକାରିଣୀ , ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ବିଜେଡି ସଂଗଠନ ସଂପାଦକଙ୍କ ଆହ୍ୱାନ

ଭୁବନେଶ୍ୱର- ଛାତ୍ର ବିଜେଡିର କାର୍ଯ୍ୟକାରିଣୀ ଆରମ୍ଭ ହୋଇଛି । ଏଥିରେ ଆସନ୍ତା ବର୍ଷେ ପାଇଁ ରାଜନୈତିକ ଏଜେଣ୍ଡା ପ୍ରସ୍ତୁତ ହେବ । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ଯ୍ୟକାରିଣୀରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଦୃଷ୍ଟିକୋଣକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ନେତା ହେବା ପାଇଁ ନିଜ ଭିତରେ ସ୍ପନ୍ଦନ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଣବ ପ୍ରକାଶ । ମୁଖ୍ୟମନ୍ତ୍ରୀଙ୍କ ଭଳି ନୀତି ଆଦର୍ଶ ଓ ଲୋକଙ୍କ ପାଇଁ ସେ ଯେଉଁଭଳି କାମ କରୁଛନ୍ତି, ସେଥିରେ ଅନୁପ୍ରାଣିତ ହୋଇ ଆଗକୁ ବଢିବାକୁ ଛାତ୍ର ବିଜେଡିକୁ ପରାମର୍ଶ ଦେଇଛନ୍ତି ପ୍ରଣବ ।

କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ଉପରେ ଆଲୋଚନା କରାଯାଉଛି । ଏଥିସହ ରାଜ୍ୟକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।

Comments are closed.