ପୂର୍ବତନ ଇଂଲଣ୍ଡ ବୋଲର ରବିନ୍ ଜ୍ୟାକମ୍ୟାନଙ୍କ ଦେହାନ୍ତ

ଲଣ୍ଡନ – ଇଂଲଣ୍ଡର ପୂର୍ବତନ ବୋଲର ତଥା ଭାଷ୍ୟକାର ରବିନ ଜ୍ୟାକମ୍ୟାନଙ୍କ ଶନିବାର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଜ୍ୟାକମ୍ୟାନ୍ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ ଓ ୧୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ । ଜ୍ୟାକମ୍ୟାନ୍ ୧୯୬୬ ରୁ ୧୯୮୨ ମଧ୍ୟରେ ୩୯୯ ପ୍ରଥମ ଶ୍ରେଣୀ ମ୍ୟାଚରେ ୧୪୦୨ ୱିକେଟ୍ ନେଇଥିଲେ । କ୍ରିକେଟରୁ ଅବସର ପରେ ଜ୍ୟାକମ୍ୟାନ୍ ଦକ୍ଷିଣ ଆଫ୍ରିକାରେ ରହୁଥିବା ନିଜ ପତ୍ନୀ ୟୋଭନଙ୍କ ପାଖକୁ ଚାଲି ଯାଇଥିଲେ ଏବଂ ସେଠାରେ ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ । ଜ୍ୟାକମ୍ୟାନଙ୍କ ପରଲୋକରେ ଆଇସିସି ତରଫରୁ ଶୋକ ପ୍ରକାଶ କରାଯାଇଛି । ଭାଷ୍ୟକାର ତଥା ନ୍ୟୁଜିଲାଣ୍ଡର ପୂର୍ବତନ ବୋଲର ଡାନି ମୋରିସନ ମଧ୍ୟ ଜ୍ୟାକମ୍ୟାନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ।

Comments are closed.