ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କରୋନା

ନୂଆଦିଲ୍ଲୀ – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଜ୍ୱର ହେବା ପରେ ଏହି ୮୮ ବର୍ଷୀୟ କଂଗ୍ରେସ ନେତାଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ।

କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ସତ୍ତ୍ୱେ ମନମୋହନ କରୋନା ପଜିଟିଭ୍ ହୋଇଛନ୍ତି । ସେ ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ପ୍ରଥମ ଡୋଜ୍ ମାର୍ଚ୍ଚ ୪ରେ ନେଇଥିଲେ । ମନମୋହନ ଏହି ଟିକାର ଦ୍ୱିତୀୟ ଡୋଜ୍ ଏପ୍ରିଲ ୩ରେ ଗ୍ରହଣ କରିଥିଲେ । ତାଙ୍କ ନିକଟତମ ସୂତ୍ରରୁ କୁହାଯାଇଛି ଯେ, ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ମନମୋହନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ଅଛନ୍ତି ।

Comments are closed.