ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ସୁବ୍ରମଣ୍ୟମ ସ୍ୱାମୀଙ୍କ କଟାକ୍ଷ

ନୂଆଦିଲ୍ଲୀ – ଦେଶରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଅନ୍ୟ ଅତ୍ୟାବଶକୀୟ ସାମଗ୍ରୀ ଉପରେ ବି ପଡିଛି । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ନେଇ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଜ ଦଳର ସରକାରକୁ ହିଁ ଟାର୍ଗେଟ୍ କରିଛନ୍ତି । ସେ ରାମାୟଣର ଉଦାହରଣ ଦେଇ ମୋଦି ସରକାରକୁ କଟାକ୍ଷ କରିଛନ୍ତି ।ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ସ୍ୱାମୀ ମଙ୍ଗଳବାର ଟ୍ୱିଟ କରି କହିଛନ୍ତି – ରାବଣର ଲଙ୍କା (ଶ୍ରୀଲଙ୍କା)ରେ ପେଟ୍ରୋଲ ଲିଟର ପିଛା ୫୧ ଟଙ୍କା ରହିଛି । ସୀତାଜୀଙ୍କ ନେପାଳରେ ପଟ୍ରୋଲ ଲିଟର ପିଛା ୫୩ ଟଙ୍କା । କିନ୍ତୁ ଶ୍ରୀରାମଙ୍କ ଭାରତରେ ପେଟ୍ରୋଲ ଲିଟର ପିଛା ୯୩ ଟଙ୍କା ।

ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୮୬ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ହେଉଛି ୭୬ ଟଙ୍କା । ମୁମ୍ବାଇରେ କିନ୍ତୁ ପେଟ୍ରୋଲ-ଲିଟର ଦଳ ଆହୁରି ଅଧିକ ରହିଛି ।

Comments are closed.