ପୋଲିସ ଡିଜି ଙ୍କ ଗଞ୍ଜାମ ଗସ୍ତ, ସମିକ୍ଷା କଲେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ପ୍ରସଙ୍ଗ

ବ୍ରହ୍ମପୁର: ରାଜ୍ୟ ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ କୋଭିଡ-୧୯ ସଂପର୍କିତ ନିୟମ ପ୍ରବର୍ତ୍ତନ ଓ ସିମା ବନ୍ଦ ଆଦି ପ୍ରସଙ୍ଗ ଉପରେ ସମିକ୍ଷା କରିଥଲେ । 

ଏହି ଅବସରରେ ସେ ଛତ୍ରପୁର ଠାରେ ଦକ୍ଷିଣାଚଳ ରେଂଜ ଡିଆଇଜି ଆରକ୍ଷୀ ଅଧିକ୍ଷିକ ଗଞ୍ଜାମ ଓ ଆରକ୍ଷୀ ଅଧିକ୍ଷିକ ବ୍ରହ୍ମପୁର ଙ୍କ ସହ ଜିଲ୍ଲାରେ କୋଭିଡ-୧୯ ସ୍ଥିତି ବାବଦରେ ବିସ୍ତୁତ ଆଲୋଚନା କରିଥିଲେ ।

ପରେ ସେ ସହରରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ କାର୍ଯ୍ୟସ୍ଥଳରେ ସାମାଜିକ ଦୂରତ୍ବ ଅବଲମ୍ବନ ସହ କୋଭିଡ-୧୯ ସଂପର୍କିତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପରାର୍ମଶ ଦେଇଥିଲେ ।

ଜିଲ୍ଲାରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଠିନ ପରିଶ୍ରମରେ ସେ ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ ପାଇଁ ଗଞ୍ଜାମ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ପୋଲିସ ଡିଜି ଙ୍କ ଏହି ଗସ୍ତ ଜିଲ୍ଲା ପୋଲିସର ମନବଳକୁ ଉଚ୍ଚ କରିବାରେ ନିଶ୍ଚୟ ସହଯୋଗ ହେବ ।

Comments are closed.