ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଂଚ

ଭୁବନେଶ୍ୱର-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ । ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି । ଟାଟା ମୋଟର୍ସ ଚାକିରି ଠକେଇ ମାମଲାରେ ସର୍ବେଶ୍ୱରଙ୍କୁ ଜେରା କରିବ କ୍ରାଇମବ୍ରାଂଚ । ପୂର୍ବରୁ ଚାକିରି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକଙ୍କୁ ଜେରା ହୋଇସାରିଛି । ଏହି ମାମଲାରେ ଅଧିକ ତଥ୍ୟ ପ୍ରମାଣ ହାସଲ ପାଇଁ ସର୍ବେଶ୍ୱରଙ୍କୁ ଜେରା କରିବ କ୍ରାଇମବ୍ରାଂଚ ।

Comments are closed.