ଫାଇଜର ପରେ ମଡେର୍ଣ୍ଣା ଟିକାକୁ ଆମେରିକାର ଅନୁମୋଦନ

ୱାଶିଂଟନ – ଫାଇଜର ପରେ ଆମେରିକା ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ବି ଅନୁମୋଦନ କରିଛି । ଆମେରିକାରେ କରୋନା ପ୍ରକୋପ ଦିନକୁ ଦିନ ବଢି ଚାଲିଛି । ଦେଶରେ ଏବେ ଦୈନିକ ୩୦୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ରେକର୍ଡ କରାଯାଉଛି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆମେରିକାର ‘ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ମଡେର୍ଣ୍ଣା ଦ୍ୱାରା ବିକଶିତ ଟିକାକୁ ବି ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରି ଦେଇଛି । ଆମେରିକା ପ୍ରଥମ ଦେଶ ଭାବେ ମଡେର୍ଣ୍ଣା ଟିକାର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ପୂର୍ବରୁ ଦେଶରେ ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ଜରୁରୀ ବ୍ୟବହାର ଆରମ୍ଭ ହୋଇସାରିଛି । ଉଭୟ ମଡେର୍ଣ୍ଣା ଓ ଫାଇଜର ଟିକା କ୍ଲିନିକାଲ ଟ୍ରାଏଲରେ ୯୫% ପ୍ରଭାବୀ ସାବ୍ୟସ୍ତ ହୋଇଥିଲା । ଆମେରିକାରେ ଗତ ୨୪ ଘଣ୍ଟାରେ ୨୫୦,୦୦୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୩୭୦୦ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.