ଭାରତରେ କରୋନା ମାମଲା ୧ କୋଟି ଟପିଲା

ନୂଆଦିଲ୍ଲୀ – ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୫,୧୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ରୋଗୀଙ୍କୁ ମିଶାଇ ଭାରତରେ ମୋଟ ମାମଲା ଏକ କୋଟି ପାର୍ ହୋଇଛି । ଆମେରିକା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତରେ କରୋନା ସଂକ୍ରମଣ କୋଟିଏ ଟପିଛି । ତେବେ ଦେଶରେ କରୋନା ପ୍ରକୋପ ହ୍ରାସ ହେବାରେ ଲାଗିଛି । ଲଗାତର ଷଷ୍ଠ ଦିନ ପାଇଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରୁ କମ୍ ରହିଛି । ଦିନକରେ ଏହି ରୋଗରେ ଆଉ ୩୪୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି ପାଇଛି । ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ଏହି ରୋଗରୁ ଆଉ ୨୯,୮୮୫ ଲୋକ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଏଯାବତ୍ ୯୫ ଲକ୍ଷ ୫୦ ହଜାର ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ଏବେ ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମାତ୍ର ୩ ଲକ୍ଷ ୮ ହଜାର ରହିଛି ।

Comments are closed.