ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ କରୋନା

ପ୍ୟାରିସ – ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନ କରୋନା ସଂକ୍ରମିତ ହୋଇଛନ୍ତି । ରାଷ୍ଟ୍ରପତି ଭବନ ‘ଏଲିସି’ ତରଫରୁ ଏହି ସୂଚନା ଦିଆଯାଇଛି । ମାକ୍ରୋନଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଫ୍ରେଞ୍ଚ୍ ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି । ମାକ୍ରୋନ ଏବେ ସାତ ଦିନ ଆଇସୋଲେସନରେ ରହିବେ । ତେବେ ଏହି ସମୟ ମଧ୍ୟରେ ସେ ସବୁ ସରକାରୀ କାର୍ଯ୍ୟ କରିବେ । କରୋନା କବଳିତ ହୋଇଥିବା ବିଶ୍ୱର ବଡ଼ ନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ମାକ୍ରୋନ । ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ବ୍ରଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Comments are closed.