ବରଗଡ଼ରେ ବିକାଶ ଗୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ ପକ୍ଷରୁ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ଭୁବନେଶ୍ବର :ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ କ୍ଷେତ୍ରରେ ଅଧିକରୁ ଅଧିକ ଘରୋଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ନିଶ୍ଚିତ ଭାବରେ ସ୍ଵାଗତ ଯୋଗ୍ୟ । ଏହି ପରିପ୍ରେକ୍ଷିରେ ବରଗଡ଼ଠାରେ ବିକାଶ ଗୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନ ପକ୍ଷରୁ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ତାପନ କରାଯାଇଛି ।

ଆଜି ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଭାଗୀୟ ଅତିରିକ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ବିକାଶ ଗୁପ ଅଫ୍ ଇନ୍‌ଷ୍ଟିଚ୍ୟୁସନର ଅଧ୍ୟକ୍ଷ ଡ଼ି . ମୁରଲି କ୍ରିଷା ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଉପସ୍ଥାପନା କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ୨୫ ଏକର ଜମି ସଂରକ୍ଷିତ କରି ରଖାଯାଇଥିବା ବେଳେ ଏବେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟ କରୁଅଛି । ଆଗାମୀ ୩ ବର୍ଷ ମଧ୍ୟରେ ଏହାକୁ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଭାବେ କାର୍ଯ୍ୟକ୍ଷମ କରି ପରବର୍ତ୍ତୀ ସମୟରେ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଲକ୍ଷଧାର୍ଯ୍ୟ କରାଯାଇଛି । ଫଳରେ ଭବିଷ୍ୟତରେ ବରଗଡ଼ ଜିଲ୍ଲା ଓ ଏହାର ଆଖ ପାଖ ଅଂଚଳର ସାଧାରଣ ଜନତା ଉତମ ମାନର ଚିକିତ୍ସା ସେବା ପାଇବା ସହ ଉପକୃତ ହୋଇ ପାରିବେ । ଏହି ଅବସରରେ ଡ଼ିଏମ୍‌ଇଟି ପ୍ର . ଡ଼ା ସି . ବି . କେ ମହାନ୍ତି , ବିଭାଗୀୟ ଯୁଗ୍ନ ସଚିବ ପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.