ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀ : ସାଇବର କ୍ରାଇମ ଉପରେ ମତ ରଖିଲେ ଇଂଟରପୋଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର- ଓଡିଶା ପୋଲିସର ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଇଂଟରପୋଲ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ.ଏମ ଓବରୋଇ ଉଦବୋଧନ ଦେଇଛନ୍ତି । ବଢୁଥିବା ସାଇବର କ୍ରାଇମ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ସାଇବର କ୍ରାଇମ ରୋକିବା ପାଇଁ ଅଧିକ କ୍ରିୟାଶୀଳ ହୋଇ କାମ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସାଇବର କ୍ରାଇମର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ସାଇବର କ୍ରାଇମର ମିଳିତ ତଦନ୍ତ ଉପରେ ଗୁରୁତ୍ୱାରୋପ କରିଛନ୍ତି ଓବରୋଇ । କ୍ରିୟାଶୀଳ ଗୁଇନ୍ଦା ତଥ୍ୟ, ଫରେନସିକ୍‌, ଦକ୍ଷତା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

Comments are closed.