ବିଜୁବାବୁଙ୍କୁ ଇଣ୍ଡୋନେସିଆ ସରକାରଙ୍କ ସମ୍ମାନ, ଦୂତାବାସର ଏକ କକ୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ନାମିତ

ନୂଆଦିଲ୍ଲୀ – ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆ ସରକାରଙ୍କ ସମ୍ମାନ । ବିଜୁବାବୁଙ୍କ ନାଁରେ ନାମିତ ହେଲା ନୂଆଦିଲ୍ଲୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ । ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଅବଦାନର ସ୍ମୃତି ପାଇଁ ଏହି ପଦକ୍ଷେପ ନେଇଛନ୍ତି ସେ ଦେଶର ସରକାର ।

ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହୋଇଥିବା କକ୍ଷରେ ତାଙ୍କ ସଂପର୍କିତ ଅନେକ ତଥ୍ୟ ଓ ଫଟୋ ରହିବ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ବିଜୁବାବୁଙ୍କ ବଡ ପୁଅ ପ୍ରେମ ପଟ୍ଟନାୟକ କହିଛନ୍ତି ଯେ, ଇଣ୍ଡୋନେସିଆ ଥିଲା ବିଜୁବାବୁଙ୍କ ଦ୍ୱିତୀୟ ଘର । ତେଣୁ ଏହି ସମ୍ମାନ ପ୍ରଦର୍ଶନ କରାଯାଇଛି ।

Comments are closed.