ରାଜ୍ୟରେ ଆଜିଠାରୁ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ

ଭୁବନେଶ୍ୱର – ଆଜିଠାରୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ କୋରୋନା ଟିକାକରଣ ଆରମ୍ଭ ହୋଇଛି । ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ୨୮ ଦିନ ପୂର୍ବରୁ ପ୍ରଥମ ଡୋଜ୍ ନେଇଥିଲେ, ସେମାନଙ୍କୁ ଆଜିଠାରୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ ଦ୍ୱିତୀୟ ଡୋଜ୍ ଟିକାକରଣ ।

ଏଣେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧିକୁ ପୁଣି ବୃଦ୍ଧି କରାଯାଇଛି । ଏହିମାସ ୨୫ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ସାରିବାକୁ ସମସ୍ତ ଜିଲ୍ଲାପାଳ, କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Comments are closed.