ବିଶ୍ୱର ପ୍ରଥମ ଦେଶ ଭାବେ ନୂଆ କରୋନା ଷ୍ଟ୍ରେନକୁ ଆଇସୋଲେଟ୍ କଲା ଭାରତ

ନୂଆଦିଲ୍ଲୀ – ବ୍ରିଟେନରେ ଠାବ ହୋଇଥିବା କରୋନାଭାଇରସର ନୂଆ ଷ୍ଟ୍ରେନ୍ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି। ପୂର୍ବ କରୋନାଭାଇରସ୍ ଅପେକ୍ଷା ଏହି ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ । ଏହା ଉପରେ ଟୀକାର ପ୍ରଭାବ ନେଇ ମଧ୍ୟ ସନ୍ଦେହ ରହିଛି। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହି ଷ୍ଟ୍ରେନକୁ ଆଇସୋଲେଟ୍ କରିବାରେ ସଫଳ ହୋଇଛନ୍ତି। ଏଭଳି କରିବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସୋସିଆଲ ମିଡିଆରେ ବ୍ରିଟେନରେ ମିଳିଥିବା ନୂତନ ଷ୍ଟ୍ରେନ୍ ଚିହ୍ନଟ ବିଷୟରେ ସୂଚନା ଦେଇଛି। ଆଇସିଏମଆର ରିପୋର୍ଟ କରିଛି – କରୋନାଭାଇରସର ୟୁକେ ମ୍ୟୁଟାଣ୍ଟକୁ ଆଇସୋଲେଟ୍ କରାଯାଇଛି ।
ଆଇସିଏମଆର ରିପୋର୍ଟ କହିଛି ଯେ ମ୍ୟୁଟାଣ୍ଟକୁ ଆଇସୋଲେଟ୍ କରିବା ଦ୍ୱାରା ଏହା ଉପରେ ଟିକାର ପ୍ରଭାବ ନେଇ ଯାଞ୍ଚ ହୋଇପାରିବ। ଏବଂ ଏହି ନୂଆ ଷ୍ଟ୍ରେନ୍ ପାଇଁ ଏକ ସମ୍ଭାବ୍ୟ ଚିକିତ୍ସା ସନ୍ଧାନରେ ମଧ୍ୟ ଏହା ସହାୟକ ହେବ । ବ୍ରିଟେନରେ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ୟୁରୋପ ଏବଂ ଆଫ୍ରିକାର ଦେଶଗୁୁୁଡ଼ି଼ିକ ସହ ଭାରତରେ ମଧ୍ୟ ଚିିିହ୍ନଟ ହୋଇଛି । ଏବେ ସୁଦ୍ଧା ଦେଶରେ ୨୯ ଜଣ ଲୋକ ଏହି ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଛନ୍ତି।

Comments are closed.