ବ୍ରିଟେନରୁ ୧୪ ଦିନ ମଧ୍ୟରେ ରାଜ୍ୟକୁ ଆସିଥିବା ବ୍ୟକ୍ତିଙ୍କୁ ଦେବାକୁ ହେବ ସ୍ୱ ଘୋଷଣା ପତ୍ର ଗୃହ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- ବ୍ରିଟେନରେ କୋଭିଡ ଭାଇରସର ନୂଆ ଷ୍ଟ୍ରେନ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏ ଦିଗରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବ୍ରିଟେନ ବା ବ୍ରିଟେନ ବିମାନ ବନ୍ଦର ଦେଇ ୧୪ ଦିନ ମଧ୍ୟରେ ରାଜ୍ୟକୁ ଆସିଥିବା ସବୁ ବ୍ୟକ୍ତିଙ୍କୁ ସ୍ୱ ଘୋଷଣା ପତ୍ର ଦେବାକୁ ପଡିବ । ସେମାନେ ୧୪ ଦିନ ଯାଏଁ ଗୃହ ସଂଗରୋଧରେ ରହିବା ବାଧ୍ୟତାମୂଳକ । ଲକ୍ଷଣ ଦେଖାଦେଲେ ସେମାନଙ୍କର କୋରୋନା ଟେଷ୍ଟ୍ କରାଯିବ । ଏହି କଟକଣା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସବୁ ଜିଲ୍ଲାପାଳଙ୍କୁ ଚିଠ ଲେଖିଛନ୍ତି । 

Comments are closed.