ଭଦ୍ରକର ଜଣେ ମହାରାଷ୍ଟ୍ର ଫେରନ୍ତା କୋରୋନା ପଜିଟିଭ, ଷ୍ଟ୍ରେନ ଜାଣିବା ପାଇଁ ହେବ ଜିନମ ସିକ୍ୱେନ୍ସ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରୀ ଆଶଙ୍କା ପ୍ରସଙ୍ଗରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ଯେ, ଭଦ୍ରକର ଜଣେ ମହାରାଷ୍ଟ୍ର ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିନମ ସିକ୍ୱେନ୍ସ ହେବା ପରେ କେଉଁ ଷ୍ଟ୍ରେନର ଭୂତାଣୁ ଜଣାପଡିବ ବୋଲି ସେ କହିଛନ୍ତି ।

ଜୀବନଜୀବିକା ପାଇଁ ଯାତାୟତ ଚାଲିଥିବାରୁ ସଂକ୍ରମଣ ଆଶଙ୍କା ରହିଛି । କୋଭିଡ ନିୟମ ମାନିଲେ ସଂକ୍ରମଣକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି । ମାର୍ଚ୍ଚରୁ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ ଟିକା ଦିଆଯିବ । ସଂକ୍ରମଣ ବଢିଲେ, ପୁଣି କୋଭିଡ ହସପିଟାଲ ଖୋଲାଯାଇପାରେ ବୋଲି ସେ କହିଛନ୍ତି ।

Comments are closed.