ଭାରତରେ ସଂକ୍ରମଣ ପୁଣି ଲକ୍ଷେ ପାର୍‌, ଦିନକରେ ୧.୧୫ ଲକ୍ଷ ମାମଲା, ୬୩୦ ମୃତ

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଦେଶରେ ଦ୍ୱିତୀୟ ଥର ପାଇଁ ଦୈନିକ ମାମଲା ଏକ ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୧୫ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ । ଦିନକରେ ଏହି ମହାମାରୀରେ ଆଉ ୬୩୦ ଜଣଙ୍କ ଜୀବନ ଯାଇଛି ।

ଭାରତରେ ଦ୍ୱିତୀୟ ଥର ସଂକ୍ରମଣ ଲକ୍ଷେ ପାର୍ କରିଛି । ପ୍ରଥମ ଥର ଏପ୍ରିଲ ୫ରେ ଦେଶରେ ୧,୦୩,୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଭାରତରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୨୮,୦୧,୭୮୫କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ୧,୬୬,୧୭୭ରେ ପହଞ୍ଚିଛି । ଦୈନିକ ମାମଲା ସହ ସକ୍ରିୟ ମାମଲାରେ ବି ବୃଦ୍ଧି ଘଟିଛି । ଭାରତରେ ଏବେ ମୋଟ ୮,୪୩,୪୭୩ ସକ୍ରିୟ ରୋଗୀ ଅଛନ୍ତି, ଯାହାକି ମୋଟ ସଂକ୍ରମଣର ୬.୫୯% । କରୋନାରୁ ଏଯାବତ୍ ୧,୧୭,୯୨,୧୩୫ ଲୋକ ସୁସ୍ଥ ହୋଇଛନ୍ତି ।

Comments are closed.