ମଧ୍ୟପ୍ରଦେଶ: କେନାଳକୁ ଖସିଲା ବସ୍, ୩୫ରୁ ଊର୍ଦ୍ଧ୍ବ ମୃତ ଆଶଙ୍କା

ଭୋପାଳ – ମଧ୍ୟପ୍ରଦେଶ ସିଧିରେ ମଙ୍ଗଳବାର ସକାଳେ ଏକ ଯାତ୍ରୀବାହୀ ବସ୍ କେନାଳକୁ ଖସିପଡିବାର ୁ୪୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବସ୍‌ରେ ମୋଟ ୫୪ ଯାତ୍ରୀ ଥିଲେ । ଏଯାବତ୍ କେନାଳରୁ ୪୨ ମୃତଦେହ ଉଦ୍ଧାର କରାଯାଇଛି । ବସ୍‌ଟି ଏକ ଅଣଓସାରିଆ ରାସ୍ତା ଦେଇ ଗଲାବେଳେ ଭାରସାମ୍ୟ ହରାଇ ବାଣସାଗର କେନାଳକୁ ଖସିପଡିଥିଲା । ୬ ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ବସ୍‌ର ଡ୍ରାଇଭର ନିଜ ଜୀବନ ବଞ୍ଚାଇ ବାହାରକୁ ଆସିବାରେ ସକ୍ଷମ ହୋଇଥିଲା । ଡ୍ରାଇଭରକୁ ପୋଲିସ୍ ଅଟକ ରଖିଛି । ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ମୃତ୍ୟୁସଂଖ୍ୟା ବଢ଼ିପାରେ । ଆହୁରି କିଛି ଲୋକ ଏବେ ବି ନିଖୋଜ ଅଛନ୍ତି ।

ବସ୍‌ଟି ସିଧିରୁ ସତନା ଯାଉଥଲା ବେଳେ ରାମପୁର ନୈକିନ ଠାରେ ସକାଳ ପ୍ରାୟ ୭ଟା ୩୦ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ପ୍ରାୟ ଚାରି ଘଣ୍ଟା ପରେ କ୍ରେନ୍ ସାହାଯ୍ୟରେ କେନାଳ ଭିତରୁ ବସ୍‌କୁ ବାହାର କରାଯାଇଥିଲା । କେନାଳର ଗଭୀରତା ପ୍ରାୟ ୨୦ରୁ ୨୨ ଫୁଟ୍ ବୋଲି କୁହାଯାଇଛି । ଘଟଣା ବେଳେ କେନାଳରେ ପାଣିର ସୁଅ ବେଶ୍ ପ୍ରଖର ଥିଲା । ଯେଉଁଥିପାଇଁ ଦୁର୍ଘଟଣାର ଶିକାର ବସ୍‌ଯାତ୍ରୀ ନିଜ ଜୀବନ ରକ୍ଷା କରିବାକୁ ସମୟ ପାଇନଥିଲେ । ମୃତକଙ୍କ ମଧ୍ୟରେ ୧୨ ଜଣ ସ୍କୁଲଛାତ୍ର ବି ରହିଥିବା ଜଣାଯାଇଛି ।
ପୋଲିସ୍ କହିଛି ଯେ, କ୍ଷମତା ଠାରୁ ଅଧିକ ଯାତ୍ରୀ ବସ୍‌ରେ ଥିଲେ । ଦୁର୍ଘଟଣା ବସ୍ ଛୁହିଆ ଘାଟି ଦେଇ ସତନା ଯିବା କଥା । କିନ୍ତୁ ସେହି ରାସ୍ତାରେ ଅଧିକ ଟ୍ରାଫିକ ଯୋଗୁଁ ଡ୍ରାଇଭର ବାଣସାଗର କେନାଳ ନିକଟସ୍ଥ ଏକ ଅଣଓସାରିଆ ରାସ୍ତାରେ ବସ୍‌କୁ ନେଇଥିଲା । ଡ୍ରାଇଭର ନିୟନ୍ତ୍ରଣ ହରାଇବା ଯୋଗୁଁ ବସ୍ କେନାଳ ଭିତରକୁ ଖସିପଡିଥିଲା ।

Comments are closed.