ମହାରାଷ୍ଟ୍ରର ଜଲଗାଓଁରେ ଟ୍ରକ୍ ଓଲଟି ୧୫ ମୃତ

ମୁମ୍ବାଇ – ମହରାଷ୍ଟ୍ରର ଜଲଗାଓଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ପୁରୁଷ, ୨ ଶିଶୁ ଏବଂ ୬ ମହିଳା ଅଛନ୍ତି। ସମସ୍ତ ମୃତ ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ ପାଇଁ ୟାଭାଲ ଡାକ୍ତରଖାନା ନିଆଯାଇଛି। ଜଲଗାଓଁ ପୋଲିସର ସୂଚନାନୁସାରେ, ଧୂଲେ‌ଠୁ ଜାଲଗାଓଁର ରାଭେର ଆଡକୁ ଯାଉଥିବା ଟ୍ରକଟି ୟାଭାଲ ରୋଡରେ ଥିବା କିଙ୍ଗାଓଁ ନିକଟରେ ଓଲଟି ପଡିଥିଲା। ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କୁ ଚିହ୍ନଟ କରାଯାଉଛି। ଏହି ଘଟଣାରେ ପୋଲିସ ମହାରାଷ୍ଟ୍ରର ୟାଭାଲରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ଟ୍ରକ ଡ୍ରାଇଭରକୁ ହାଜତକୁ ନେଇଛି।

Comments are closed.