ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ, ଭୁବନେଶ୍ୱରରେ ୯ ହଜାରଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର- ଆସନ୍ତା ୧୬ରେ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ବି ସେହିଦିନ ଆରମ୍ଭ ହେବ ଟିକାକରଣ । ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚିସାରିଛି । କୋଭିସିଲ୍ଡର ୪ ଲକ୍ଷ ୮ ହଜାର ଡୋଜ୍ ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କାହାକୁ କେଉଁ ଟିକା ଓ କେଉଁ ଜିଲ୍ଲାରୁ କେତେ ଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେବେ, ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଟିକା ଦିଆଯିବ ।

ଭୁବନେଶ୍ୱରରେ ୯ ହଜାର ଜଣଙ୍କୁ କୋଭାକ୍ସିନ ଟିକା ଦିଆଯିବ । ବିଭିନ୍ନ ଜିଲ୍ଲାରେ ୧ ଲକ୍ଷ ୮୩ ହଜାର ୫୫୫ ଜଣ କୋଭିସିଲ୍ଡ ଟିକା ନେବେ । ଅନୁଗୁଳରୁ ୪ ହଜାର ୫୯୦ ଜଣ କୋଭିସିଲ୍ଡ ଟିକା ନେବେ । ବଲାଙ୍ଗୀରରୁ ୭ ହଜାର ୨୦୦, ବାଲେଶ୍ୱରରୁ ୭ ହଜାର ୫୬୦, ବରଗଡରୁ ୬ ହଜାର ୫୨୫, ଭଦ୍ରକରୁ ୪ ହଜାର ୯୯୫, ବୌଦ୍ଧରୁ ୧ ହଜାର ୭୫୫, କଟକରୁ ୧୭ ହଜାର ୧୯୦, ଦେବଗଡରୁ ୧ ହଜାର ୪୮୫, ଢେଙ୍କାନାଳରୁ ୪ ହଜାର ୫ ଶହ, ଗଜପତିରୁ ୪ ହଜାର ୫୦, ଗଞ୍ଜାମରୁ ୧୫ ହଜାର ୧୨୦, ଜଗତସିଂହପୁରରୁ ୪ ହଜାର ୫୯୦ ଜଣ ଟିକା ନେବେ ।

ଯାଜପୁର ଜିଲ୍ଲାରୁ ୬ ହଜାର ୮୮୫, ଝାରସୁଗୁଡାରୁ ୨ ହଜାର ୮୮୦, କଳାହାଣ୍ଡିରୁ ୬ ହଜାର ୧୨୦, କନ୍ଧମାଳରୁ ୪ ହଜାର ୫୯୦, କେନ୍ଦ୍ରାପଡାରୁ ୪ ହଜାର ୯୯୫, କେନ୍ଦୁଝରରୁ ୭ ହଜାର ୨୯୦, ଖୋର୍ଦ୍ଧାରୁ ୫ ହଜାର ୫୩୫, କୋରାପୁଟରୁ ୭ ହଜାର ୪୭୦, ମାଲକାନଗିିରିରୁ ୩ ହଜାର ୨୪୦, ମୟୂରଭଂଜରୁ ୧୦ ହଜାର ୭୧୦, ନବରଙ୍ଗପୁରରୁ ୬ ହଜାର ୩ ଶହ, ନୟାଗଡରୁ ୩ ହଜାର ୬୦୦, ନୂଆପଡାରୁ ୩ ହଜାର ୨୪୦, ପୁରୀରୁ ୬ ହଜାର ୩୦୦, ରାୟଗଡାରୁ ୪ ହଜାର ୮୬୦, ସମ୍ବଲପୁରରୁ ୬ ହଜାର ୭୫୦, ସୁବର୍ଣ୍ଣପୁରରୁ ୩ ହଜାର ୨୮୫, ସୁନ୍ଦରଗଡରୁ ୯ ହଜାର ୯୪୫ ଜଣ କୋଭିସିଲ୍ଡ ଟିକା ନେବେ ।

Comments are closed.