ରାଜନାଥ ମାନିଲେ: ସୀମା ବିବାଦ ନେଇ ଚୀନ୍ ସହ ଆଲୋଚନାରୁ କୌଣସି ସୁଫଳ ମିଳିନି

ନୂଆଦିଲ୍ଲୀ – ଲଦାଖ ସୀମାରେ ଚୀନ୍ ସହ ବିବାଦର ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ । କିନ୍ତୁ ଚୀନ୍ ସହ ଆଲୋଚନା ଜାରି ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ସାମରିକ ସ୍ତରରେ ଖୁବ୍ ଶୀଘ୍ର ଆଉ ଏକ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ । ତେବେ ଏଯାବତ୍ ଚୀନ୍ ସହ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ହୋଇଥିବା ଆଲୋଚନା ନିଷ୍ଫଳ ରହିଛି । ଲଦାଖରେ ପୂର୍ବାବସ୍ଥା କାଏମ ରହିଛି । ସେଠରୁ ସୈନ୍ୟ ମୁତୟନ ହ୍ରାସ କରାଯିବନି । ଏହା ସକାରାତ୍ମକ ସଙ୍କେତ ନୁହେଁ । କିନ୍ତୁ ଆଲୋଚନା ଏବେ ବି ଜାରି ରହିଛି । ଏଥିରୁ କିଛି ସମାଧାନ ବାହାରିବା ନେଇ ଆଶା ରହିଛି ବୋଲି ରାଜନାଥ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏପ୍ରିଲରୁ ଲଦାଖ ସୀମାରେ ଦୁଇ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଉଭୟ ଦେଶ ପକ୍ଷରୁ ସେଠାର ବହୁସଂଖ୍ୟାରେ ସେନା ମୁତୟନ କରିଛନ୍ତି । ସାମରିକ ସ୍ତରରେ ଉଭୟ ପକ୍ଷ ମଧ୍ୟରେ ଏଯାବତ୍ ବହୁଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

Comments are closed.