କରୋନା ଅପଡେଟ୍‌: ଦେଶରେ ଆଉ ୨୦,୫୫୦ ରୋଗୀ, ୨୬ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଣ୍ଟାରେ ୨୦,୫୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଆଉ ୨୬ ହଜାର ୫୭୨ ସୁସ୍ଥ ହୋଇଥିବା ବେଳେ ୨୮୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ଏଯାବତ ମୋଟ କରୋନା ମାମଲା ୧ କୋଟି ୨ ଲକ୍ଷ ୪୪ ହଜାର ୮୫୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୮ ଲକ୍ଷ ୩୪ ହଜାର ୧୪୧ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ କେବଳ ୨ ଲକ୍ଷ ୬୨ ହଜାର ୨୭୨ ସକ୍ରିୟ ମାମଲା ରହିଛି । ଭାରତରେ ସୁସ୍ଥ ହାର ୯୫.୯୨%କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁହାର ୧.୪୫%କୁ ଖସିଛି ।

Comments are closed.