ରାଜ୍ୟରେ ଆଉ ୩୧୫ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୪୧

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୧୫ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରେଧରୁ ୧୮୧ ଓ ସ୍ଥାନୀୟ ଅଂଚଳରୁ ୧୩୪ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୪୧, ବଲାଙ୍ଗିରରୁ ୪୦, ନୂଆପଡାରୁ ୨୬, ସମ୍ବଲପୁରରୁ ୨୬, ଖୋର୍ଦ୍ଧା ଜିଲ୍ଲାରୁ ୨୪, ଅନୁଗୁଳରୁ ୨୦, ସୁନ୍ଦରଗଡରୁ ୧୭, ମୟୂରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୫, ଯାଜପୁରରୁ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଓ ପୁରୀରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୬୨୧କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୫ ହଜାର ୧୦୩ ସୁସ୍ଥ ହୋଇସାରିଲେଣି । ୨ ହଜାର ୫୯୨ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.