ଟ୍ୱିନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା, ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର- ଜିରୋ ନାଇଟ ସେଲିବ୍ରେସନ ନ କରିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଅନୁରୋଧ କରିଛନ୍ତି । ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି । ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ରାତି ୧୦ଟାରୁ ଜାରି ହେବାକୁ ଥିବା ରାତ୍ରିକାଳୀନ କର୍ଫ୍ୟୁ ଯେପରି ଉଲ୍ଲଂଘନ ନ ହେବ, ସେ ନେଇ ନଜର ରଖିବ ପୋଲିସ । ଟ୍ୱିନ୍ ସିଟିରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ । ଦୁଇ ସହରରେ ଆଜି ରାତି ୧୦ଟାରୁ ୧୪୪ ଧାରା ଜାରି ହେବ ବୋଲି ପୋଲିସ କମିଶନର କହିଛନ୍ତି । ରାତି ୯ଟା ସୁଦ୍ଧା ଦୋକାନ ବଜାର ବନ୍ଦ ପାଇଁ ସିପି ନିର୍ଦ୍ଦେଶ ଦେଇଛନ୍ତି । ଘରୋଇ ଆପାର୍ଟମେଂଟ୍‌ରେ ଭୋଜି ଓ ସମାବେଶ ଉପରେ ବି କଟକଣା ଜାରି ହୋଇଛି ।

Comments are closed.