ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ବଢିଲେ ପୁଣି ହୋଇପାରେ ଲକଡାଉନ୍ : ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ହ୍ରାସ ଘଟୁଛି । କିନ୍ତୁ ଆଗାମୀ ଦିନରେ ଯଦି ଏହି ସଂଖ୍ୟା ବଢିବ, ତାହା ହେଲେ ଲକଡାଉନକୁ ଏଡାଇ ଦେଇ ହେବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

ମହାରାଷ୍ଟ୍ର ଓ କେରଳରେ କିଛି ସ୍ଥାନରେ କୋରୋନା ସଂକ୍ରମଣ ବୃଦ୍ଧି ହୋଇଥିବାରୁ କିଛି ସ୍ଥାନରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ଆମଦେଶରେ କୋରୋନା ସଂକ୍ରମଣ ବଢିନାହିଁ ।

ଓଡିଶାରେ ଲୋକେ ସଚେତନ ରହିଲେ ଲକଡାଉନର ଆବଶ୍ୟକତା ପଡିବ ନାହିଁ । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢେ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବ ନାହିଁ । ଲୋକେ ନିଜେ ସଚେତନ ହେଲେ ହିଁ ସମସ୍ୟା ରହିବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।

Comments are closed.