ରାଜ୍ୟରେ ଗତ ୨୪ ଘଂଟାରେ ୯୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୯୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୫୮ ଓ ସ୍ଥାନୀୟ ଅଂଚଳରୁ ୩୯ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ଏ ଯାଏଁ କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୪୬୬କୁ ବୃଦ୍ଧି ପାଇଛି । ଆରୋଗ୍ୟ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୬୧୧ ରୋଗୀ । ୮୯୪ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।
ଗତ ୨୪ ଘଂଟାରେ ସୁନ୍ଦରଗଡ ଜିଲ୍ଲା ଓ କଟକ ଜିଲ୍ଲାରୁ ୧୬ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.