ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହରୁ ତଳେ, ୨୪ ଘଂଟାରେ ୨୬୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨୬୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୪୫, ସୁନ୍ଦରଗଡ ଜିଲ୍ଲାରୁ ୪୧, କଟକରୁ ୨୯, ମୟୂରଭଞ୍ଜରୁ ୧୯, ପୁରୀରୁ ୧୬, ଖୋର୍ଦ୍ଧାରୁ ୧୫, କେନ୍ଦ୍ରାପଡାରୁ ୧୪, ବାଲେଶ୍ୱରରୁ ୧୪,ଯାଜପୁରରୁ ୧୩ ନୂୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୫୪୨କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୨ ହଜାର ୬୪୮ ଜଣ ସୁସ୍ଥ ହୋଇଛନ୍ତି । ୨ ହଜାର ୯୯୧ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.