ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ବଳକା ଟିକା ଆଜିଠୁ ଦିଆଯିବ

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ବାକି ଥିବା କୋରୋନା ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଟିକା ନେଇ ନ ଥିବା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଆଜିଠାରୁ ଟିକା ଦିଆଯିବ । ଏହି ପ୍ରକ୍ରିୟା ଆସନ୍ତାମାସ ୧୦ ତାରିଖରେ ଶେଷ ହେବ । ଆଜି ଭୁବନେଶ୍ୱରରେ ଓ ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଟିକାକରଣ ଚାଲିବ । ପଞ୍ଜିକୃତ ହୋଇ ଟିକା ନେଇ ନ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ଡକାଯିବ । ରାଜସ୍ୱ,ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ପଂଜିକରଣର ଶେଷ ତାରିଖ ଏହି ମାସ ୩୧ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

Comments are closed.