ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ଧାର୍ଯ୍ୟ, ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା

ଭୁବନେଶ୍ୱର- ସୀମାବର୍ତ୍ତି ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସତର୍କ ଅଛନ୍ତି । ପଡୋଶୀ ଛତିଶଗଡରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ମାତ୍ର ୬ ଲକ୍ଷ କୋଭିଶିଲ୍ଡ ଟିକା ରହିଛି । ଏହା ମାତ୍ର ଦୁଇ ଦିନ ଯିବ । ଅଧିକ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ତେବେ ଯଥେଷ୍ଟ କୋଭାକ୍ସିନ ଟିକା ମହଜୁଦ ରହିଛି । ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି । ଏବେ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Comments are closed.