ଆବଶ୍ୟକ ହେଲେ ହିଁ ରାଜ୍ୟରେ ଦିନ କର୍ଫ୍ୟୁ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଆବଶ୍ୟକ ପଡିଲେ ହିଁ ଦିନବେଳା କର୍ଫ୍ୟୁ ଜାରି ହୋଇପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହା କହିଛନ୍ତି । କୋଭିଡ ସ୍ଥିତି ଉପରେ କଡା ନଜର ରଖାଯାଉଛି । ଜିଲ୍ଲାପାଳମାନଙ୍କ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଗତକାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରାଜ୍ୟରେ ଦିନ କର୍ଫ୍ୟୁ ଲାଗିପାରେ ବୋଲି କହିଥିଲେ । ପରେ ଏ ନେଇ ସ୍ପଷ୍ଟୀକରଣ ରଖିଥିଲେ ଏସଆରସି । ବର୍ତ୍ତମାନ କର୍ଫ୍ୟୁ ଲାଗିବା ନେଇ ଯୋଜନା ନ ଥିବା କହିଥିଲେ ଏସଆରସି ।

Comments are closed.