ରାଜ୍ୟରେ ୩୨୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟର ଗତ ୨୪ ଘଂଟା ମଧ୍ୟରେ ୩୨୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୮୭ ଓ ସ୍ଥାନୀୟ ଅଂଚଳରୁ ୧୩୮ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬, ସୁନ୍ଦରଗଡରୁ ୩୩, ଅନୁଗପଳରୁ ୩୨, ବାଲେଶ୍ୱରରୁ ୨୮, ସମ୍ବଲପୁରରୁ ୨୧, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୮, ବରଗଡରୁ ୧୮,ଯାଜପୁରରୁ ୧୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫ ଓ ପୁରୀରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୮୬୭କୁ ବୃଦ୍ଧି ପାଇଥିବା ବେଳେ ୩ ଲକ୍ଷ ୨୨ ହଜାର ୯୭୨ ଜଣ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୯୮୯ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.