ରାଜ୍ୟର ୧୬୧ କେନ୍ଦ୍ରରେ ଆଜିଠୁ କୋଭିଡ ଟିକାକରଣ

ଭୁବନେଶ୍ୱର- ଆଜି କୋରୋନା ବିରୋଧରେ ଶେଷ ଲଢେଇ ଆରମ୍ଭ ହେଉଛି । ସାରା ଦେଶରେ ଆଜି କୋଭିଡ ଟିକାକରଣ ଆରମ୍ଭ ହେଉଛି । ଓଡିଶା ବି ଟିକାକରଣ ପାଇଁ ପ୍ରସ୍ତୁତ । ରାଜ୍ୟର ୧୬୧ କେନ୍ଦ୍ରରେ କୋରୋନା ଟିକା ଦିଆଯିବ । ସବୁ ଜିଲ୍ଲାରେ ପହଂଚିସାରିଛି କୋରୋନା ଟିକା । ଯେଉଁମାନେ ଟିକା ନେବେ, ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମ୍ୟାସେଜ ଦିଆଯାଇଛି । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବା ।

ପ୍ରାଥମିକତା ଭିତ୍ତତ୍ତିରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଂଟ୍‌ଲାଇନ କୋରୋନା ୱାର୍କର୍ସଙ୍କୁ ଦିଆଯିବ ଟୀକା । ବିଭିନ୍ନ ବର୍ଗର ୧୬ ହଜାର ୧୦୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୧୮ ବର୍ଷରୁ ଅଧିକ, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଓ ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ କୋରୋନା ଟିକା ନେଇପାରିବେ ନାହିଁ ସ୍ପଷ୍ଟ କରାଯାଇଛି । ରାଜ୍ୟରେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଂଚିଛି । ଭୁବନେଶ୍ୱରରେ ୬ଟି ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ ।

Comments are closed.