ରାୟପୁର ବସ୍ ଦୁର୍ଘଟଣାରେ ମୃତ ୮ ଜଣଙ୍କ ମଧ୍ୟରୁ ଚାରିଜଣଙ୍କ ପରିଚୟ ମିଳିଲା, ଜନ୍ମମାଟିରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଗଂଜାମ ଜିଲ୍ଲାପାଳଙ୍କ ସୂଚନା

ରାୟପୁର – ଛତିଶଗଡ଼ ରାୟପୁର ନିକଟରେ ଆଜି ସକାଳେ ଘଟିଥିବା ବସ ଦୁର୍ଘଟଣାରେ ମୃତ ୮ ଜଣଙ୍କ ମଧ୍ୟରୁ ୪ ଜଣ ପରିଚୟ ମିଳିଛି । ମୃତକମାନେ ହେଉଛନ୍ତି ବେଲଗୁଣ୍ଠା ବ୍ଲକ ବାଘୁଆପଲ୍ଲୀ ଗାଁର ସୁଶାନ୍ତ ସ୍ୱାଇଁ , ଗାଙ୍ଗପୁର ଥାନା ବୋରି ଗାଁର ନାରାୟଣ ଗୁରୁ, ଆସିକା ଥାନା ଘଟପୁରୀ ଗାଁର ବିଶ୍ୱନାଥ ଗୌଡ, ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗାଁର ସମୀର ମହାକୁଡ ।

ଦୁର୍ଘଟଣା ସଂପର୍କରେ ସୂଚନା ଦେଇ ଗଂଜାମ ଜିଲ୍ଲାପାଳ କହିଛନ୍ତି ଯେ, ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ସେମାନଙ୍କ ଘରକୁ ଆଣିବାକୁ ବ୍ୟବସ୍ଥା କରାଯାଉଛି । ଜନ୍ମମାଟିରେ ହିଁ ମୃତକଙ୍କ ଅନ୍ତିମ ସଂସ୍କାର ହେବ । ଛତିଶଗଡ ପୋଲିସ ସହ ଯୋଗାଯୋଗ ରଖାଯାଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

Comments are closed.