ରେଳବାଇ ତରଫରୁ ଜାରି କରାଗଲା ଏକକ ହେଲ୍ପଲାଇନ ନମ୍ବର ୧୩୯

ନୂଆଦିଲ୍ଲୀ – ଏଣିକି ଗୋଟିଏ ହେଲ୍ସଲାଇନ୍ ନମ୍ବରରେ ଭାରତୀୟ ରେଳ ସମ୍ପର୍କିତ ସବୁ ସୂଚନା ମିଳିପାରିବ । ଭାରତୀୟ ରେଳବାଇ ତରଫରୁ ସବୁ ହେଲ୍ସଲାଇନ ନମ୍ବରକୁ ମିଶ୍ରଣ କରାଯାଇ ଗୋଟିଏ ହେଲ୍ସଲାଇନ୍ ନମ୍ବର ୧୩୯ ଜାରି କରାଯାଇଛି । ଏବେ ଏହି ନୂଆ ହେଲ୍ସଲାଇନ୍ ନମ୍ବରରେ ଯାତ୍ରୀମାନେ ସବୁ ସୂଚନା ପାଇପାରିବେ । ଯାତ୍ରୀଙ୍କ ସୁବିଧା ଲାଗି ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଛି । ପୂର୍ବରୁ ଥିବା ଭିନ୍ନ ଭିନ୍ନ ନମ୍ବରକୁ ଏକୀକୃତ କରାଯାଇଛି । ଏବେ ସୁରକ୍ଷା, ସାଧାରଣ ଅଭିଯୋଗ, ଭିଜିଲାନ୍ସ, କ୍ୟାଟରିଂ ଆଦି ସେବା ପାଇଁ ଯାତ୍ରୀମାନେ ୧୩୯ ନମ୍ବର ଡାଏଲ୍ କରି ରେଳବାଇ ସହିତ ଯୋଗାଯୋଗ କରିପାରିବେ । ଏହି ଏକକ ହେଲ୍ସଲାଇନ୍ ନମ୍ବର ସବୁ ଅନୁସନ୍ଧାନ ଓ ଅଭିଯୋଗ ପାଇଁ ମଧ୍ୟ ବ୍ୟବହୃତ କରାଯାଇ ପାରିବ ।

Comments are closed.